ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦମନ,ଦମନ ଆଉ ଦମନ । ଚାରିଆଡେ ଖାଲି ଦମନର କ୍ରେଜ୍ । ଓଡିଶା ମାର୍କେଟରେ ଜଲୱା କରୁଛି ଦମନ । ଦଶନ୍ଧି ପରେ ହଲରେ ପଡିଛି ଲୋକଙ୍କ ମନଲାଖି ଏକ ଫିଲ୍ମ । ଦୁଇ ସପ୍ତାହ ମଧ୍ୟରେ ଫିଲ୍ମଟି ୨ ଶହ କୋଟି ଆୟ କରିସାରିଲାଣି ।
ଫିଲ୍ମଟି ସତ୍ୟ କାହାଣୀ ଉପରେ ଆଧରିତ । ଏଥିରେ ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଏବଂ ଆଉଜଣେ ସେବିକା । ଏଥିରେ ବାବୁସାନଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ ମୋହିଛି ।
ଯାହାର କ୍ରେଜ ଏବେ କେବଳ ଓଡିଶାରେ ସୀମିତ ନାହିଁ । ଫିଲ୍ମଟି ଓଡିଶାରେ ସଫଳତା ହାସଲ କରିବା ପରେ ଏବେ ଏହା ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି । ଏଥିପାଇଁ ପୁରାଟିମ୍ ମୁମ୍ବାଇରେ ପହଁଚି ହିନ୍ଦୀ ଡବିଂ ଆରମ୍ଭ କରିଦେଇଛନ୍ତି । ଖୁବ ଶୀଘ୍ର ଫିଲ୍ମିଟି ଭାରତର ଆଉ ୫୦୦ ହଲରେ ରିଲିଜ୍ ହେବ ।