ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ଆଇପିଏଲର ଦୁଇଟି ଟିମ୍ ପାଇଁ ବୋଲି ଲାଗିପାରେ । ଯାହା ଦେଖିବାକୁ ଖୁବ୍ ରୋମାଞ୍ଚକର ହେବ । ଅଦାନୀ ଗ୍ରୁପ ଏବଂ ସଞ୍ଜିବ ଗୋଏଙ୍କା ଗ୍ରୁପ ପରେ ଏବେ ବଲିଉଡ ଅଭିନେତା ରଣବୀର ସିଂ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ ଆଇପିଏଲ ଫ୍ରାଞ୍ଚାଇଜ୍ କିଣିବାର ଯୋଜନା କରୁଛନ୍ତି । ଆଇପିଏଲ ଟିମ୍ ପାଇଁ ଖୁବ୍ ଶୀଘ୍ର ଏହି ଦମ୍ପତି ବୋଲି ଲଗାଇବାର ନଜରକୁ ଆସିବେ । ଚଳିତମାନ ଅକ୍ଟୋବର ୨୫ରେ ଅହମଦାବାଦ ଏବଂ ଲକ୍ଷେ୍ନø ଫ୍ରାଞ୍ଚାଇଜ୍ ପାଇଁ ବୋଲି ଲାଗିବାକୁ ଯାଉଛି । ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡକୁ ଏହି ଦୁଇଟି ଟିମ୍ ବିକ୍ରି ହେବା ଦ୍ୱାରା ୭ ରୁ ୧୦ ହଜାର କୋଟି ଟଙ୍କାର ଉପାର୍ଜନ ହେବ ବୋଲି ଆଶା କରାଯାଉଛି ।
ଆଇପିଏଲ ଟିମ୍ ର ନିଲାମି ପାଇଁ ୧୦ ଲକ୍ଷ ଟଙ୍କା ଏବଂ ଡକ୍ୟୁମେଣ୍ଟ ଜମା କରିବାକୁ ପଡିଥାଏ । କିନ୍ତୁ ଏହି ନିଲାମିରେ କେବଳ ସେହିମାନେ ଭାଗ ନେଇପାରିବେ । ଯେଉଁମାନଙ୍କର ବାର୍ଷିକ ୩ ହଜାର କୋଟିର ଟର୍ଣ୍ଣଓଭର ଥିବ ।
ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ କଥା ଯଦି କହିବା ତେବେ ବଲିଉଡ ଏବଂ ଆଇପିଏଲ ର ସମ୍ପର୍କ କିଛି ନୂଆ ନୁହେଁ । କାରଣ ପୂର୍ବରୁ ଶାହରୁଖ ଖାଁ ଏବଂ ଜୁହି ଚାୱାଲା କୋଲାକାତା ନାଇଟ ରାଇଡର୍ସ ଟିମ୍ର କୋଓନର । ଏହା ବ୍ୟତିତ ପ୍ରିତି ଜିଣ୍ଟା ମଧ୍ୟ ପଞ୍ଜାମ କିଙ୍ଗ୍ସ ର ଅଂଶ ବିଶେଷ ।