ଆଠଗଡ (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । କାର୍ତ୍ତିକ ମାସର ତୃତୀୟ ସୋମବାର । ଏହିଦିନ ଭଗବାନ ଶିବଙ୍କୁ ଦର୍ଶନ କରିବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ କିନ୍ତୁ ଚଳିତବର୍ଷ କରୋନା ପାଇଁ ଶୈବପୀଠରେ କଟକଣା ଜାରି ରହିଛି । ସେହିପରି କଟକ ଜିଲ୍ଲାର ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି ।
ଭୋର ୪ଟାରୁ ରାତି ୧୦ ଯାଏଁ କଟକଣା ଜାରି ରହିବ । ଏହି ସମୟରେ ମହାଦେବଙ୍କୁ ଦର୍ଶନ କରିପାରିବେ ନାହିଁ ଶ୍ରଦ୍ଧାଳୁ । କିନ୍ତୁ ପୀଠରେ ମହାଦେବଙ୍କ ସମସ୍ତ ନୀତିକାନ୍ତି ଜାରି ରହିବ ।
ଆଜି ଭୋରୁ ବାବାଙ୍କ ସ୍ନାନ ପରେ ମଙ୍ଗଳାବଆଳତୀ, ସକାଳଧୂପ, ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।