ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡୁଥିବା ସାଧାରଣ ଲୋକଙ୍କ ପାଇଁ ଏବେ ଖୁସି ଖବର । ଅହେତୁକ ଦର ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ପାଇଁ ପିଆଜ କିଣି ଖାଇବା କଷ୍ଟଦାୟକ ହେଉଥିଲା । କିନ୍ତୁ ଆଗାମୀ ୧୦ ରୁ ୧୫ ଦିନ ମଧ୍ୟରେ ପିଆଜ ଦର ହ୍ରାସ ପାଇବ ବୋଲି ନିଜେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।
ଏହା ସହିତ ଓଡିଶା ସରକାର ପିଆଜ ବ୍ୟବସାୟୀଙ୍କୁ ନିୟନ୍ତ୍ରଣ ରେଖାରେ ବିକ୍ରି କରିବାକୁ ଆଦେଶ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଏହାସହିତ କଟକରେ ୫୦୦ କ୍ୱିଟାଲରୁ ଅଧିକ ପିଆଜ ରଖାଯାଇପାରିବ ନାହିଁ । ଏବଂ ଭୁବନେଶ୍ୱର, ପୁରୀ, ସମ୍ବଲପୁର, ରାଉଲକେଲା ଓ ବ୍ରହ୍ମପୁର ନିମନ୍ତେ ମାତ୍ର ୩୫୦ କ୍ୱିଟାଲ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।