ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଏବେ ଯାହା ବି ହେଉ ଆଧାରକାର୍ଡ ଦରକାର । ଯଦି ଆଧାରକାର୍ଡ ନାହିଁ, ତେବେ ଡ୍ରାଇଭିଂ ଲାଇସେନ୍ସ ହେଲେ ବି ଚଳିବ । ସରକାରୀ କାମ ହେଉ କି ବେସରକାରୀ । ଏ ଦୁଇଟା ନାହିଁ ତ କାମ ବନ୍ଦ । ପୂର୍ବରୁ ଅନେକ ଥର ଏନେଇ ସୂଚନା ଦେଆଯାଇଥିବା ବେଳେ ଏବେ ପୁଣିଥରେ ସମାନ କଥାକୁ ଦୋହରାଇଛି ରେଳବିଭାଗ ।
ଟ୍ରେନରେ ଯାତ୍ରା କରିବା ପାଇଁ ପୂର୍ବରୁ ଯେକୌଣସି ପରିଚୟ ପତ୍ର ଦେଉଥିଲେ ଚଳୁଥିଲା । କିନ୍ତୁ ଏବେ ରେଳ ବିଭାଗ ପକ୍ଷରୁ ଅଧାରକାର୍ଡକୁ ବାଧ୍ୟତାମୂଳକ କରାଯାଇଛି ।