ଭଦ୍ରକ (ଏଟିଆର ବ୍ୟୁରୋ): ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଆରଡି ପୀଠରେ କଟକଣା ଜାରି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଭଗବାନଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଜାରି ହୋଇଛି ୧୪୪ ଧାରା । ସେହିପରି ବାବାଙ୍କ ଶିବଗଙ୍ଗା ପୁଷ୍କରଣୀ ଓ ବୈତରଣୀ ସମେତ ସମସ୍ତ ଜଳ ଉତ୍ସରେ କଟକଣା ଜାରି କରାଯାଇଛି । କୌଣସି ସ୍ଥାନରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ହୋଇ ପାରିବନି । କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।
କାର୍ତ୍ତିକ ପୂର୍ଣ୍ଣିମାରେ ସେବାୟତଙ୍କ ଦ୍ୱାରା ବାବାଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ହରଗୌରୀ ବେଶରେ ସଜ୍ଜିତ ହେବେ ବାବ ।