ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ସଂସ୍କୃତି ନିମନ୍ତେ ସୁପ୍ରିମକୋର୍ଟର ନିଷ୍ପତିକୁ ଅଶୋନ୍ତଷ ପ୍ରକାଶ କରିଛନ୍ତି ସେବାୟତ ଏବଂ ଶ୍ରୀନ୍ଦିରର ଗବେଷକ ।
ଗତକାଲି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିରର ସଂସ୍କାରକୁ ନେଇ ପ୍ରସଙ୍ଗ ଉଠିଥିଲା ।ଶ୍ରୀମନ୍ଦିରରେ କୌଣସି ଯାତି ଧର୍ମକୁ ଦୃଷ୍ଟିରେ ନରଖି ସମସ୍ତେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ପଚାରିଥିଲେ । ଏହାସହିତ ମନ୍ଦିରରେ ଭକ୍ତମାନେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଥିବା ଏବଂ ସ୍ୱଚ୍ଛତାକୁ ମୁଦା କରି ଦେଶରେ ଥିବା ସମସ୍ତ ମନ୍ଦିର ଉପରେ ବିଚାର କରାଯିବା ଉଚିତ୍ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିଲା ।
ସୁପ୍ରିମକୋର୍ଟର ରାୟ ଅନୁଯାୟୀ ଭଗବତ ଗୀତାକୁ ଉଦ୍ଧାର କରି ହିନ୍ଦୁ ଧର୍ମର ବାଖ୍ୟା କରିଥିଲେ ବିଚାରପତି ଜଷ୍ଟିସ ଆଦର୍ଶ ଗୋୟଲ ଏବଂ ଜଷ୍ଟିସ ଏସ୍ ଅବଦୁଲ ନାଜିରଙ୍କ ଖଣ୍ଡପୀଠ ।
ଏହାସହିତ ଜିଲ୍ଲା ଜଜ୍ ପକ୍ଷରୁ ବଂଶପରମ୍ପରା ପ୍ରଥା ଉପରେ ରୋକ ଲାଗାଯାଇଛି । ସେବାୟତମାନେ ଥାଳିରେ ଦାନ ଗ୍ରହଣ କରିପାରିବେ ନାହିଁ ଏହାସହିତ ରୋଷଘର , ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପୁରୁଷ, ମହିଳା ଏବଂ ସେବକଙ୍କ ପାଇଁ ପୃଥକ ଶୌଚାଳୟ ବ୍ୟବସ୍ଥା ଏବଂ ମନ୍ଦିର ଫଣ୍ଡ ଉପରେ ନିୟନ୍ତ୍ରଣ ରଖିବା ଲାଗି ପ୍ରସ୍ତାବ ଦିଆଯାଇଛି । ସେବକ ଓ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ଦିଆଯାଉ ।
କେନ୍ଦ୍ର ସରକାର ଏହି ବିଷୟରେ ଦୃଷ୍ଟି ରଖିବେ ଏବଂ ୩୧ ଅଗଷ୍ଟ ମଧ୍ୟରେ ଏକ ରିପୋର୍ଟ ଜମା କରିବା ପାଇଁ ଦୁଇ ସପ୍ତାହ ଭିତରେ ଏକ ସମିତି ସ୍ଥାପନା କରିବା ପାଇଁ କୋର୍ଟ ଆଦେଶ ଦେଇଛି । ସେପ୍ଟେମ୍ବର ୫ରେ କୋର୍ଟରେ ଆଗାମୀ ମାମଲା ଉପରେ ଶୁଣାଣି ହେବ ।