ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦର୍ଶକବନ୍ଧୁ ଆମ ଦେଶରେ ଯେତିକି ମନ୍ଦିର ରହିଛି ସେତିକି ଗଡ ମଧ୍ୟ ଅବସ୍ଥିତ । ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଅନେକ ଗଡ ରହିଛି । ସେଥିମଧ୍ୟରୁ କିଛି କିଛି ଶହ ଶହ ବର୍ଷ ପୁରାତନ ହୋଇଥିବା ବେଳେ ଆଛ କିଛି ଗଡ ଏଭଳି ରହିଛି ଯାହାର ନିର୍ମାଣ ବିଷୟରେ କେହି ବି ଜାଣି ନାହାନ୍ତି । ଖାସ୍ କରି ପ୍ରାଚୀନ ଦୁର୍ଗ ଗୁଡିକ ସବୁବେଳେ ରହସ୍ୟମୟ ହୋଇଥାଏ । ସେହିପରି ଭାରତରେ ଏଭଳି ଏକ ଦୁର୍ଗ ରହିଛି, ଯାହା ଖୁବ୍ ରହସ୍ୟମୟ ।
ସେହି ରହସ୍ୟମୟ ଦୁର୍ଗଟିର ନାଁ ହେଉଛି ଗଢକୁନ୍ଦର ଦୁର୍ଗ । ଯାହା ଲୋକଙ୍କୁ ଦ୍ୱନ୍ଦରେ ପକାଇଥାଏ । ଏହି ଦୁର୍ଗଟି ଏପରି ଭାବରେ ନିର୍ମାଣ କରାଯାଇଛି ଯେ ଏହା ଚାରି-ପାଞ୍ଚ କିଲୋମିଟର ଦୂରରୁ ଦୃଶ୍ୟମାନ ହୁଏ, କିନ୍ତୁ ଏହାର ନିକଟତର ହେବା ମାତ୍ରେ ଦୁର୍ଗଟି ଦୃଶ୍ୟମାନ ହେବା ବନ୍ଦ ହୋଇଯାଏ । ବରଂ ମନୁଷ୍ୟ ଦୁର୍ଗରୁ ଆଉ ଏକ ରାସ୍ତାକୁ ଚାଲି ଯାଆନ୍ତି ।
ଭାରତରେ ଥିବା ରହସ୍ୟମୟ ଦୁର୍ଗ ମଧ୍ୟରୁ ଗଢକୁନ୍ଦର ଦୁର୍ଗ ଅନ୍ୟତମ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ,ଦୀର୍ଘ ଦିନ ପୂର୍ବେ ନିକଟସ୍ଥ ଏକ ଗାଁକୁ ଏକ ବର ଶୋଭାଯାତ୍ରା ନେଇ ଆସିଥିଲା । ସମସ୍ତେ ଦୁର୍ଗ ପରିଦର୍ଶନ କରିବାକୁ ଆସିଥିଲେ। ବୁଲାବୁଲି କଲାବେଳେ ସେମାନେ ତଳ ମହଲାକୁ ଯାଇଥିଲେ, ଯାହା ପରେ ସେମାନେ ରହସ୍ୟମୟ ଭାବରେ ହଠାତ୍ ଅଦୃଶ୍ୟ ହୋଇଗଲେ । ସେହି ୫୦ ରୁ ୬୦ ବରଯାତ୍ରୀଙ୍କୁ ଆଜି ପର୍ୟ୍ୟନ୍ତ ଚିହ୍ନଟ କରାଯାଇପାରି ନାହିଁ । ଏହା ପରେ ମଧ୍ୟ ସେଠାରେ ଏଭଳି କିଛି ଘଟଣା ଘଟିଥିଲା, ଯାହା ପରେ ଦୁର୍ଗ ତଳକୁ ଯାଉଥିବା ସମସ୍ତ କବାଟ ବନ୍ଦ କରାଯାଇଥିଲା ।
ଏହି ଦୁର୍ଗ କୌଣସି ଭୁଲ ଭୁଲୟା ଠାରୁ କମ ନୁହେଁ । ଯଦି କୌଣସି ବ୍ୟକ୍ତି ଏହି ଦୁର୍ଗ ବିଷୟରେ ନଜାଣି ତାଭିତରକୁ ଚାଲିି ଯାଆନ୍ତି ତେବେ ଏହା ଭିତରେ ସେ ବାଟବାଣ ହୋଇଯାଆନ୍ତି । କାରଣ ଦୁର୍ଗ ଭିତର ସମ୍ପୂର୍ଣ୍ଣ ଅନ୍ଧକାରମୟ । ଦିନରେ ମଧ୍ୟ ଏହା ଦେଖିବାକୁ ଖୁବ୍ ଭୟାନକ ।
କୁହାଯାଏ ଯେ କି ଏହି ଦୁର୍ଗରେ ଏକ ଭଣ୍ଡାରର ରହସ୍ୟ ମଧ୍ୟ ଲୁଚି ରହିଛି, ଯାହାକୁ ଖୋଜିବାକୁ ଯାଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଇତିହାସ ବିଶେଷଜ୍ଞମାନଙ୍କ ମତରେ ଏଠାକାର ରାଜାମାନଙ୍କ ପାଖରେ ସୁନା, ହୀରା ଏବଂ ରତ୍ନର ଅଭାବ ନଥିଲା।