ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷ-ୟୁକ୍ରେନ ଲଢେଇ ମଧ୍ୟରେ ୟୁକ୍ରେନରେ ଫସିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଆଶ୍ୱସ୍ତିକର ଖବର । ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ୨ଟି ବିମାନ ପଠାଇବା ଲାଗି ନିଷ୍ପତି ନେଇଛନ୍ତି ଭାରତ ସରକାର । ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଶନିବାର ୨ ଟି ବିମାନ ଉଡାଣ ଭରିବ । ରୋମାନିଆ ରାଜଧାନୀ ବୁଖାରେଷ୍ଟ ର ରାସ୍ତା ଦେଇ ଲୋକଙ୍କୁ ଏୟାରଲିଫ୍ଟ କରିବ ଏହି ୨ ବିମାନ ।
ସୂଚନାଯୋଗ୍ୟ, ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପରିବାରକୁ ଗୁରୁବାର ବୈଦେଶିକ ରାଜ୍ୟ ମନ୍ତ୍ରୀ ଭି.ମୁରଲିଧରନ ଆଶ୍ୱସନା ଦେଇଥିଲେ କି, ୟୁକ୍ରେନରେ ଫସିଥିବା ୧୮ ହଜାର ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାର କାମ କରୁଛନ୍ତି । କାରଣ ୟୁକ୍ରେନରେ ବିମାନବନ୍ଦର ବନ୍ଦର ରହିଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା କରାଯାଉଛି ।