ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗୁରୁବାରକୁ ବୃହସ୍ପତି ଦେବ ଏବଂ ଭଗବାନ ବିଷ୍ଣୁଙ୍କୁ ସର୍ମପଣ କରାଯାଇଛି । ଏହି ଦିନ ଭଗବାନ ବିଷ୍ଣୁଙ୍କୁ ବିଧି ବିଧାନ ସହ ପୂଜାର୍ଚ୍ଚନା କରାଯାଏ । ଅନେକ ଥର ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ସମସ୍ୟା ଆସିଥାଏ । ଯାହାର ସମାଧାନ ସହଜରେ ହୋଇନଥାଏ । ସେଥିପାଇଁ ସେଥିରୁ ସଫଳତା ପାଇବା ପାଇଁ ଗୁରୁବାର ଉତ୍ତମ ହୋଇଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବିବାହରେ ବିଳମ୍ବ, ବ୍ୟବସାୟରେ ସଫଳତା, ଧନ ସମ୍ବନ୍ଧୀୟ ସମସ୍ୟା ପାଇଁ ଗୁରୁବାର ଦିନ କିଛି ବିଶେଷ ଉପାୟ କରାଯାଏ ।
ଶୀଘ୍ର ବିବାହ ପାଇଁ ଗୁରୁବାର ଦିନ ନିୟମିତ ରୂପେ ଭଗବାନ ବିଷ୍ଣୁଙ୍କ ବ୍ରତ କରାଯାଇ ପାରିବ । ଏହିଦିନ ବ୍ରତଧାରୀ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ । ଏହାସହିତ ହଳଦିଆ ରଙ୍ଗର ଭୋଗ ଭଗବାନଙ୍କୁ ଲଗାଇବା ସହ ହଳଦିଆ ରଙ୍ଗର ଖାଦ୍ୟ ସେବନ କରିବା ଉଚିତ୍ । କେବଳ ଏତିକି ନୁହେଁ ଗୁରୁବାର ଦିନ ବ୍ରତଧାରୀ ପୂଜାର୍ଚ୍ଚନା କରିବା ପରେ ବୃହସ୍ପତି ଦେବଙ୍କ ୧୦୮ ନାମ ଉଚ୍ଚାରଣ କରିପାରିବେ ।
ଧାର୍ମିକ ମାନ୍ୟତା ଅନୁଯାୟୀ ଗୁରୁବାର ଦିନ କେଶ ଧୋଇବା ଓ ନଖ କାଟିବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଭଗବାନ ବିଷ୍ଣୁ ରୁଷ୍ଟ ହୋଇ ଯାଆନ୍ତି ଏବଂ ଘରେ ଦରିଦ୍ରତା ଆସିଥାଏ ।
ଯଦି କୌଣସି କମ୍ପାନୀରେ ଅତ୍ୟନ୍ତ ପରିଶ୍ରମ କରିବା ପରେ ମଧ୍ୟ ଆପଣଙ୍କ ପ୍ରମୋଶନ ହେଉନାହିଁ ତେବେ ଗୁରୁବାର ଦିନ କୌଣସି ଗରିବ ଲୋକଙ୍କୁ ହଳଦିଆ ବସ୍ତୁ ଦାନ କରନ୍ତୁ । ହଳଦିଆ ରଙ୍ଗର ମିଠା, ଡାଲି, ଫଳ କିମ୍ବା ବସ୍ତ୍ର ଦାନ କରିପାରିବେ ।
ବ୍ୟବସାୟରେ ଉନ୍ନତି ପାଇଁ ଆପଣ କିଛି ସରଳ ଉପାୟ କରିପାରିବେ । ସେଥିପାଇଁ ଶ୍ରୀହରିଙ୍କ ସହିତ ମାଲକ୍ଷ୍ମୀଙ୍କ ଆର୍ଶିବାଦ ନେବା ଜରୁରୀ । ଗୁରୁବାର ଦିନ ହଳଦିଆ ରଙ୍ଗର ଜିନିଷ ଭୋଗ ଲଗାନ୍ତୁ । ଏହାସହିତ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।