ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡର ଦର ବୃଦ୍ଧିକୁ ନେଇ ସଂସଦର ବଜେଟ ଅଧିବେଶନରେ ବିପକ୍ଷ ଦଳର ନେତାଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ଏହି ଅବସରରେ ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି ସମାଜବାଦି ପାର୍ଟିର ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନ । ସେ କହିଛନ୍ତି କି ଏମାନଙ୍କୁ ଭୋଟ ଦେଇ କିଏ ଜିତାଇ ଆଣିଛି କେଜାଣି, ଜନତା ତ ଆଣୁନଥିବେ ।
ଜୟା ବଚ୍ଚନ କହିଛନ୍ତି କି, ଏ ସରକାର ଏହିଭଳି । ୟୁପି ନିର୍ବାଚନ ପ୍ରଚାର ସମୟରେ ଅଖିଳେଶ ଯାଦବ ବାରମ୍ବାର ଏହି କଥା କହିଥିଲେ କି ଆପଣ ସତର୍କ ହୋଇ ଯାଆନ୍ତୁ । ନିର୍ବାଚନ ପରେ ଦର ଦାମ୍ ବଢିବ ।