ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକପ୍ରିୟ ପୌରାଣିକ ଧାରାବାହିକ ‘ରାମାୟଣ’ ରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ ଘଟିଛି । ମଙ୍ଗଳବାର ରାତିରେ ମୁମ୍ବାଇ ସ୍ଥିତ ବାସଭନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେବ ସେ ରୋଗରେ ପୀଡିତ ଥିଲେ । ହୃଦଘାତ ଯୋଗୁଁ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି ।
ଆଜି ମୁମ୍ବାଇର ହାନୁନକରୱାଡି ଶ୍ମଶାନ ଘାଟରେ ଅରବିନ୍ଦ ତ୍ରିବେଦୀଙ୍କର ଅନ୍ତିମ ସଂସ୍କାର ହେବ ।
ଋାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିଲେ ଅରବିନ୍ଦ । ସେ ଏଥିରେ ଏଭଳି ଅଭିନୟ କରିଥଇଲେ ଯେ ଲୋକ ଆଖି ଆଗରେ ଏବେ ବି ତାଙ୍କ ତାଙ୍କ ଅଭିନୟ ଝଲସୁଛି ।