ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମ ଥର ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏକ ବଡ ଘୋଷଣା କରିଛନ୍ତି । ପିଡିଏସ ସାମଗ୍ରୀ ବଣ୍ଟନକୁ ନେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଏଣିକି ଲୋକଙ୍କୁ ରାସନ୍ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ ରେ ଛିଡା ହୋଇ ଅପେକ୍ଷା କରିବାକୁ ପଡିବନି । ଘରେ ପହଁଚିବ ପିଡିଏସ ସାମଗ୍ରୀ । ଉପଭୋକ୍ତାଙ୍କ ଘରେ ପିଡିଏସ ସାମଗ୍ରୀ ପହଁଚାଇବେ ରାଜ୍ୟ ସରକାର । ଏହାଦ୍ୱାରା ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ଭଗୱତ ମାନ୍ କହିଛନ୍ତି ।