ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଏବେ ହ୍ରାସ ପାଉଛି କରୋନାର ତୃତୀୟ ଲହର । କିନ୍ତୁ କରୋନାର ନୂତନ ଭ୍ୟାରିଆଣ୍ଟ ଏକ୍ସଇ କୁ ନେଇ ଏବେ ବିଶ୍ୱରେ ଚିନ୍ତା । ଏହି ଭ୍ୟାରିଆଣ୍ଟ ଦ୍ୱାରା ଚତୁର୍ଥ ଲହର ବୃଦ୍ଧି ପାଇବାକୁ ନେଇ ଭୟ ବଢି ଯାଇଛି । ଗୁଜୁରାଟରେ ଏହି ଭ୍ୟାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି ।
ଏହାରି ମଧ୍ୟରେ ଏହି ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗୃପ୍ ଅଫ୍ ଇମ୍ୟୁନାଇଜେସନ ମୁଖ୍ୟ ଡାକ୍ତର ଏନକୋ ଅରୋରା ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି , କରୋନାର ଏକ୍ସଇ ଭ୍ୟାରିଆଣ୍ଟକୁ ନେଇ ଭୟବୀତ ହୁଅନ୍ତୁ ନାହିଁ । ଏହା ଏତେ ବି ମାରାତ୍ମକ ନୁହେଁ । ଏହା ଓମିକ୍ରନ ଭଳି ପ୍ରଭାବ ପକାଇବ କିନ୍ତୁ ଏଥିରେ ମୃତ୍ୟୁ ହାର୍ କମ ରହିବ । ଏଥିରେ ଭୟବୀତ ନହୋଇ ସତର୍କ ହୋଇ ରୁହନ୍ତୁ ।