ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଛୋଟ ପିଲା ଅର୍ଥାତ ୫ ରୁ ୧୨ ବର୍ଷର ପିଲାଙ୍କ ନିମନ୍ତେ କରୋନା ଟୀକା କର୍ବୋଭାକ୍ସର ଜରୁରୀକାଳନୀନ ବ୍ୟବହାର ଅନୁମତି ନିମନ୍ତେ ସୁପାରିଶ କରିଛି ଡିସିଜିଆଇ ବିଶେଷଜ୍ଞ କମିଟି ।
ଅନ୍ୟପଟେ ୨ ରୁ ୧୨ ବର୍ଷ ବୟସ ପିଲାଙ୍କ ପାଇଁ କୋଭାକ୍ସିନ ଟୀକାକୁ ଅନୁମତି ଦେବା ନେଇ କମିଟିର ବିଚାରାଧୀନ ରହିଛି । ୨ ରୁ ୧୮ ବର୍ଷ ବସୟ ପିଲାଙ୍କ ପାଇଁ ଗତବର୍ଷ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ବିଶେଷଜ୍ଞ କମିଟି ନିକଟରେ ରଖିଥିଲା ଭାରତ ବାୟୋଟେକ ।