ବଲିଉଡ (ଏଟିଆର ବ୍ୟୁରୋ): ବଲିଉଡରେ ଅନେକ ନାମିଦାମୀ କଳାକାର ଅଛନ୍ତି । ଯେଉଁମାନଙ୍କର ଚାଲି ଚଳଣୀ ରଙ୍ଗ ଢଙ୍ଗ ସମ୍ଫୂର୍ଣ୍ଣ ଭିନ୍ନ । ରାଜଉଆସରେ ରହୁଛନ୍ତି,ଷ୍ଟାଇଲିସ୍ ବେଶ ପୋଷାକ ପିନ୍ଧୁଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ହାଇ ପ୍ରୋଫାଇଲ ଭଳି ଦେଖାଯାଉଥିବା ଏହି କଳାକାରମାନେ କେତେ ପାଠ ପଢିଛନ୍ତ । ଆଜ୍ଞା ହଁ ଏମାନଙ୍କ ମଧ୍ୟରୁ କିଛି କଳାକାର ଅଛନ୍ତି ଯେଉଁମାନେ ଇଂରାଜୀରେ ପଦେ ଭଲ ଭାବେ କଥା କହି ଜାଣି ନାହାଁନ୍ତି । ତେବେ ଆସନ୍ତୁ ଜାଣିବା ସେହି ସବୁ କଳାକାରଙ୍କ ବିଷୟରେ..
କପିଲ ଶର୍ମା
ମଶହୂର କମେଡିଆନ କମିଲ ଶର୍ମାଙ୍କୁ କିଏ ବା ନଜାଣେ । ହେଲେ ସେ ଇଂରାଜୀ ଭାଷାରେ ଖୁବ କମଜୋର । ଏହା ସେ ନିଜେ ହିଁ ଏକ କାର୍ଯକ୍ରମରେ କହିଥିଲେ ।
ଗୋବିନ୍ଦା ଆହୁଜା
ନବେ ଦଶକର ସୁପରଷ୍ଟାର ଗୋବିନ୍ଦା ମଧ୍ୟ ଇଂରାଜୀ କହିବାକୁ ଥଙ୍ଗଥଙ୍ଗ ହୋଇଥାନ୍ତି । ସେ ମଧ୍ୟ ଇଂରାଜୀ ରେ ଦୁର୍ବଳ ।
କଙ୍ଗନା ରଣାୱତ
ନିଜର ଦକ୍ଷ ବଳରେ ବଲିଉଡରେ ତିଷ୍ଟି ପାରିଥିବା ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଇଂରାଜୀରେ ଦୁର୍ବଳ । ସେ ନିଜେ ଏହି ବିଷୟରେ କରଣ ଜୋହରଙ୍କ ସୋ’ରେ କହିଥିଲେ ।
ଧର୍ମେନ୍ଦ୍ର ସିଂହ ଦେୱଲ
ସୁପରଷ୍ଟାର ଧର୍ମେନ୍ଦ୍ର ମଧ୍ୟ ଇଂରାଜୀରେ ଦୁର୍ବଳ । ଧର୍ମେନ୍ଦ୍ର ପଂଜାବୀ ଓ ହିନ୍ଦୀ ଖୁବ୍ ଭଲ କହିଥାନ୍ତି, ହେଲେ ଇଂରାଜୀରେ ବହୁତ କମଜୋର ।
ଅକ୍ଷୟ କୁମାର
ସୁପରଷ୍ଟାର ଅକ୍ଷୟ କୁମାର ମଧ୍ୟ ଇଂରାଜୀରେ ଜିରୋ । ସେ ନିଜେ ଏକ ଇଟରଭ୍ୟୁରେ କହିଥିଲେ ଯେ ମୁଁ ଇଂରାଜୀ କହିବାକୁ ସରଳ ଭାବେ ନାହିଁ ।