ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ଗୃହ ବିଭାଗ ପକ୍ଷରୁ ବଲିଉଡ ଅଭିନେତା ସଲମାନ୍ ଖାଁ ଏବଂ ତାଙ୍କ ପିତା ସଲିମ ଖାଁଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସଲମାନଙ୍କୁ ଜୀବନରୁ ମାରି ଦେବାର ଧମକ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।
ଗତକାଲି ସଲମାନ ଖାଁ ଜୀବନରୁ ମାରି ଦେବାର ଧମକପୂର୍ଣ୍ଣ ଚିଠି ମିଳିଥିଲା । ତାଙ୍କ ପିତା ସଲିମ ଖାଁ ସକାଳ ମର୍ଣ୍ଣିଂ ୱାକ କରିବା ସମୟରେ ତାଙ୍କୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା ।