ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ପଣ୍ଡ ହେଲା ଡକାୟତୀ ଯୋଜନା । ଜୁଏଲାରୀ ଦୋକାନୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଆଜି ୨ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗୋଲାମ ହୁସେନ ଓ ସଲମନ ହୁସେନ ।
ଉଭୟଙ୍କ ଘର ମଧ୍ୟପ୍ରଦେଶରେ ବୋଲି ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ, ଯାଁଳା ଛକରେ ରହିଛି ଶ୍ୱାତୀ ଜୁଏଲାରୀ ଦୋକାନ । ଏହାକୁ ଟାର୍ଗେଟ କରିଥିଲେ ଅଭିଯୁକ୍ତ । ପୂରା ପ୍ଲାନିଂରେ ଆସି କଳାକନା ବୁଲାଇବାକୁ ଚେଷ୍ଟା କରୁଥିବା ବେଳେ କୌଣସି କାରଣରୁ ଠିକ ସେହି ସମୟରେ ପହଞ୍ଚିଯାଇଥିଲେ ଦୋକାନ ମାଲିକ । ଉଭୟ ଦୋକାନ ଭିତରେ ଥିବା ବେଳେ ବାହାରୁ ସଟର ପକାଇ ଦୋକାନ ମାଲିକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ।