ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମାସିଂଘେ । ତ୍ରିକୋଣୀୟ ମୁକାବିଲା ରେ ବିଜୟ ଲାଭ କରିଛନ୍ତି ରାନିଲ । ସାଂସଦମାନେ ତାଙ୍କୁ ନୂତନ ରାଷ୍ଟ୍ରପତି ଭାବେ ଚୟନ କରିଛନ୍ତି ।
କାମଚଳା ରାଷ୍ଟ୍ରପତିରୁ ନୂତନ ରାଷ୍ଟ୍ରପତି ହୋଇଛନ୍ତି ରାନିଲ । ତାଙ୍କୁ ମୋଟ ୧୩୪ ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଦୁଲାସା ଆଲାପେରୁମ୍ମାଙ୍କୁ ମିଳିଛି ୮୨ଟି ଭୋଟ । ପାର୍ଲାମେଣ୍ଟର ମୋଟ ୨୨୫ ଜଣ ସାଂସଦଙ୍କ ମଧ୍ୟରୁ ୨୩ ଜଣ ଭୋଟ ଦେଇଛନ୍ତି ।