ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଚର୍ଚ୍ଚାରେ ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ଏମରଜେନ୍ସି । ଫିଲ୍ମରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ନଜର ଆସିବେ । ତାଙ୍କର ଲୁକ୍ ଏବଂ ଟିଜର ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଫିଲ୍ମର ଆଉ ଜଣେ ଚରିତ୍ର ଉପରୁ ପରଦା ଉଠିଛି ।
ଆଜ୍ଞା ହଁ ଏହି ଫିଲ୍ମରେ ଶ୍ରେୟସ ତଲପଡେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ପାଇବେ ଦର୍ଶକ । ଏଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜରକୁ ଆସିବେ । ଫିଲ୍ମରୁ ତାଙ୍କ ଲୁକ୍ ଏବେ ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଶ୍ରେୟସ ତଲପଡେଙ୍କ ମେକଓଭର ସମ୍ପୂର୍ଣ୍ଣ ଅଟଳ ବିହାରୀ ବାଜପେୟୀଙ୍କ ଯୁବା ସମୟର । ଯେତେବେଳେ ସେ ରାଜନୀତିରେ ସକ୍ରିୟ ଥିଲେ ।
ସୂଚନାଯୋଗ୍ୟ, ତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ଅଟଳ ବିହାରୀ ବାଜପେୟୀ ।