ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ମୋ ଇ-ରାଇଡ ଓ ଇ-ବସ୍ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଏହି ଇ-ବସ୍ ର ଶୁଭ ଉଦଘାଟନ କରିବା ପରେ ଯାତ୍ରୀଙ୍କୁ ମାଗଣା ସେବା ଯୋଗାଇ ଦିଆଯାଉଛି । ଏହି ମାଗଣା ସେବା ଆସନ୍ତା ୩୧ ତାରିଖ ଯାଏଁ ଜାରି ରହିବ । ମାଗଣାରେ ଏଥିରେ ଯାତ୍ରା କରିପାରିବେ ଯାତ୍ରୀ ।
ପ୍ରଥମ ପର୍ଯ୍ୟାୟରେ ସହରରେ ୧୦ ଟି ଇ-ବସ୍ ଗଡିଥିବା ବେଳେ ଆଗାମୀ ଦିନରେ ଏହାର ସଂଖ୍ୟା ୫୦ କୁ ବୃଦ୍ଧି ପାଇବ । ସେହିପରି ୫୦ ଟି ଇ-ରାଇଡ ମଧ୍ୟ ଚଳାଚଳ କରିଛି । ଇ-ବସ୍ ରେ ମୋଟ୍ ୩୦ ଟି ସିଟ୍ ରହିଛି । ସେଥିରୁ ମହିଳାଙ୍କ ନିମନ୍ତେ ଗୋଲାପୀ ରଙ୍ଗର ସିଟ୍ ସଂରକ୍ଷିତ ।