ଭୁବନେଶ୍ୱର: ନିକଟରେ ନିଜ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ଆଗାମୀ ଓଡ଼ିଆ ଫିଲ୍ମ ‘ଦ୍ରୌପଦୀ’ର ପୋଷ୍ଟର ଇନଷ୍ଟଗ୍ରାମରେ ସେୟାର କରିଛନ୍ତି ।
ପ୍ରକୃତି ଇନଷ୍ଟାରେ ଫିଲ୍ମ ପୋଷ୍ଟର ସେୟାର କରିବା ସହ ଲେଖିଛନ୍ତି, ମହିଳାଙ୍କୁ ସବୁ ସମୟରେ ଆକ୍ରମଣ କରିବା ସହ ଅପମାନିତ କରାଯାଉଛି । ଏବେ ସମୟ ଆସିଛି ସବୁବେଳେ ମହିଳାଙ୍କ ଭୁଲ ନୁହେଁ ବୋଲି ମିଳିତ ହୋଇ ସ୍ୱର ସାଣିତ କରିବା ।
ଏହି କାହାଣୀ ପ୍ରକୃତି ମିଶ୍ର ଓ ‘ଦ୍ରୌପ୍ରଦୀ’ଙ୍କ ସହ ସମସ୍ତ ମହିଳାଙ୍କ କାହାଣୀ ବୋଲି ପ୍ରକୃତି ଇନଷ୍ଟାଗ୍ରାମରେ ଲେଖିଛନ୍ତି ।
ଏହି ଫିଲ୍ମର ନିର୍ଦ୍ଦେଶନା ଅନନ୍ୟା ପଟ୍ଟନାୟକ ଦେଉଥିବା ବେଳେ ପ୍ରଯୋଜନା କରୁଛନ୍ତି ସସ୍ମିତା ତିଆଡ଼ି ଓ ଅକାଶଦୀପ ସିଂହ ।