ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ରରେ ବୃହସ୍ପତି ଗ୍ରହକୁ ସୁଖ, ବୈଭବ, ଧନ, ବୈବାହିକ ଜୀବନ, ସନ୍ତାନ ଏବଂ ବିବାହର କାରକ ବୋଲି କୁହାଯାଇଛି । କୁହାଯାଏ କି ଯେଉଁ ବ୍ୟକ୍ତିଙ୍କ ଜାତକରେ ଗୁରୁ ଅର୍ଥାତ ବୃହସ୍ପତି ଗ୍ରହ ଉଚ୍ଚରେ ଥାନ୍ତି ସେ ସର୍ବଦା ଭଲ ଓ ଶୁଭ ଫଳ ଦେଇଥାନ୍ତି । । ସେହିପରି ଯଦି ଜାତକରେ ଗୁରୁ ଗ୍ରହ କମଜୋର ଥିବେ ତେବେ ବ୍ୟକ୍ତିଙ୍କ ଜୀବନରେ ବିଦ୍ୟା, ମାନ-ସମ୍ମାନ ଏବଂ ଧନର ଅଭାବ ରହିଥାଏ । ବୃହସ୍ପତି କମଜୋର ହେବା ଦ୍ୱାରା ମାଙ୍ଗଳିକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଏହାସହିତ ବ୍ୟକ୍ତିଙ୍କୁ ଶରୀରୀକ ଏବଂ ମାନସିକ କଷ୍ଟ ମିଳିଥାଏ ।
ଶାସ୍ତ୍ର ଅନୁସାରେ ଗୁରୁବାର ବୃହସ୍ପତିଙ୍କୁ ସମର୍ପିତ କରାଯାଇଛି । ଏହାସହିତ ଏହିଦିନ ଭଗବାନ ବିଷ୍ଣୁଙ୍କ ଆରାଧନା ଓ ବ୍ରତ କରିବା ଦ୍ୱାରା ଖୁବ୍ ଶୀଘ୍ର ବିଷ୍ଣୁ ଭଗବାନ ପ୍ରସନ୍ନ ହୋଇଥାନ୍ତି । ସେହିପରି ବୃହସ୍ପତି ଦେବଙ୍କ କୃପାରୁ ବ୍ୟକ୍ତିଙ୍କ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଯାଏ । ବୃହସ୍ପତିଙ୍କୁ ଶାନ୍ତ କରିବା ପାଇଁ ଗୁରୁବାର ବିଶେଷ କରି କିଛି ମନ୍ତ୍ର ଜପିବା ଲାଭକାରୀ ହୋଇଥାଏ ।
ଗୁରୁଙ୍କ ବୈଦିକ ମନ୍ତ୍ର:
ଓଁ ବୃହସ୍ପତେ ଅତି ୟଦର୍ୟୋ ଅର୍ହାଦ ଧୁମାଦିଭାତି କ୍ରତୁମଜନେଷୁ
ୟଦିଦୟଛମସ ଋତପ୍ରଜାତ ତଦସ୍ମାସୁ ଦ୍ରବିଣଂ ଦେହି ଚିତ୍ରମ । ।
ବୃହସ୍ପତି ଶାନ୍ତି ମନ୍ତ୍ର:
ଦେବନାମ ଚ ଋଷିଣାମ ଚ ଗୁରୁଂ କାଂଚନ ସନ୍ନଭମ ।
ବୃଦ୍ଧଭୂତଂ ତ୍ରିଲୋକେଶଂ ତଂ ନମାମି ବୃହସ୍ପତିମ୍ । ।
ଓଁ ବୃଂ ବୃହସ୍ପତୟେ ନମଃ । ।
ଓଁ ଗ୍ରାଂ ଗ୍ରିଂ ଗ୍ରୌଂ ସଃ ଗୁରବେ ନମଃ । ।
ଓଁ ହ୍ରିଂ ନମଃ । ।
ଓଁ ହ୍ରାଂ ଆଂ କ୍ଷଂୟୋଂ ସଃ । ।
ବୃହସ୍ପତି ମନ୍ତ୍ର;
ଓଁ ଗ୍ରାଂ ଗ୍ରିଂ ଗ୍ରୌଂ ସଃ ଗୁରବେ ନମଃ ।
ଓଁ ବୃଂ ବୃହସ୍ପତୟେ ନମଃ ।