ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଧାରଣତ ଃ ରକ୍ତରେ ଅକ୍ସିଜେନ୍ ମାତ୍ରା ହ୍ରାସ ହେବା ଦ୍ୱାରା ଆପଣ ଡାକ୍ତରଙ୍କ ନିକଟକୁ ଯାଇଥାନ୍ତି । ଯାହାଦ୍ୱାରା ଆପଣଙ୍କ ସମୟ ନଷ୍ଟ ହେବା ସହ ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଏବେ ରିସର୍ଚ୍ଚର ଏକ ନୂତନ ରିସର୍ଚ୍ଚ କରି ସେଥିରୁ ଜାଣିବାକୁ ପାଇଛନ୍ତି କି, ସ୍ମାର୍ଟଫୋନର କ୍ୟାମେରା ଏବଂ ଫ୍ଲାସଲାଇଟରୁ ଆପଣଙ୍କ ରକ୍ତର ଅକ୍ସିଜେନ୍ ମାତ୍ରା ମାପ କରାଯାଇ ପାରିବ ।
ଋିସର୍ଚ୍ଚମାନେ ଏକ ପୃଫ୍ ଅଫ୍ ଥିଓରି ଅଧ୍ୟୟନ କରିଛନ୍ତି, ଯେଉଁଥିରେ ସେମାନେ ଲୋକଙ୍କ ବ୍ଲଡ ଅକ୍ସିଜେନ ସେଚୁରେସନ ମାତ୍ରାକୁ ମାପିବା ପାଇଁ ସ୍ମାର୍ଟଫୋନ କ୍ୟାମେରା ଏବଂ ଫ୍ଲାଶ ଲାଇଟ୍ ବ୍ୟବହାର କରିଛନ୍ତି ।
ଋିସର୍ଚ୍ଚର ମୁତାବକ, ସ୍ମାର୍ଟଫୋନ କ୍ୟାମେରା ଏବଂ ଫ୍ଲାଶ ମଡ୍ୟୁଲ ବ୍ୟବହାର କରି ବ୍ଲଡ ଅକ୍ସିଜେନ ସେଚୁରେଶନ ମାତ୍ରାକୁ ୭୦ ପ୍ରତିଶତ ପ୍ରର୍ଯ୍ୟନ୍ତ କମ କରାଯାଇପାରେ । ଏବେ ଏହାକୁ ନେଇ ଅଧିକ ରିସର୍ଚ୍ଚ ଚାଲିଛି । ଯଦି ଏହି ପ୍ରୟୋଗ ସଫଳ ହୁଏ ତେବେ ଆପଣ ଆପଣଙ୍କ ଘରେ ବସି ନିଜର ବ୍ଲଡ ଅକ୍ସିଜେନ୍ ମାତ୍ରା ମାପି ପାରିବେ । ଯେଉଁଥିପାଇଁ ଆପଣଙ୍କୁ ଆପଣଙ୍କ ସମୟ ନଷ୍ଟ କରିବାକୁ ପଡିବନି କି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି ।