ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୌରାଣିକ ମାନ୍ୟତାନୁସାରେ ସୃଷ୍ଟିର ପାଳନକର୍ତ୍ତା ହେଉଛନ୍ତି ଭଗବାନ ବିଷ୍ଣୁ । ତାଙ୍କୁ ନାରାୟଣ ଏବଂ ଶ୍ରୀହରି ମଧ୍ୟ କୁହାଯାଏ । ଏହି ସୃଷ୍ଟିର ସଂରକ୍ଷକ ହେଉଛନ୍ତି ଭଗବାନ ବିଷ୍ଣୁ । ସମସ୍ତ ପାପନାଶ ଏବଂ କଷ୍ଟ ଦୂର ପାଇଁ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ । ଏହାସହିତ ଗୁରୁବାରକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରାଯାଇଛି । ସେହିପରି ଗୁରୁବାର ଦିନ କିଛି କାମ କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗୁରୁବାର କେଉଁ କାମ କରିବେ ।
– ଗୁରୁବାର ଦିନ ଖୀର ବା ସୁଜି ହାଲୁଆ ଭୋଗ ଭଗବାନ ବିଷ୍ଣୁଙ୍କୁ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହେବ ।
– ଭଗବାନ ବିଷ୍ଣୁଙ୍କର ପାରିଜାତ, ପଦ୍ମ, ଜୁହି, କେଉଡା, ବୈଜୟନ୍ତି ଫୁଲ ଖୁବ୍ ପ୍ରିୟ । ଏହି ଫୁଲ ଚଢାଇବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
– କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।
– ଭଗବାନ ବିଷ୍ଣୁଙ୍କର ପ୍ରିୟ ରଙ୍ଗ ହେଉଛି ହଳଦିଆ । ଏହିଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ବସ୍ତ୍ର ଧାରଣ କରାଇବା ସହ ନିଜେ ମଧ୍ୟ ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।
– ଗୁରୁବାର ନଡିଆ ଏବଂ ଫଳ ଅର୍ପଣ କରି ବିଷ୍ଣୁଙ୍କ ସହ ମା ଲକ୍ଷ୍ମୀଙ୍କୁ ପୂଜନ୍ତୁ । ଏହାଦ୍ୱାରା କୃପା ପ୍ରାପ୍ତ ହେବ ।