କଟକ (ଏଟିଆର ବ୍ୟୁରୋ): ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା । ଚଳିତଥର ଧବଳେଶ୍ୱର ଯାତ୍ରା ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ପୀଠକୁ ଶ୍ରଦ୍ଧାଳଙ୍କୁ ବାରଣ କରାଯାଇଛି । ଆଗକୁ ବଡଓଷା ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ।
ସୂଚନାଯୋଗ୍ୟ, ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଦୁର୍ଘଟଣା ପରେ ପ୍ରଶାସନ ତତ୍ପର ହୋଇ ଉଠିବା ସହ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମାଯାଇଥିଲା । ଏହାସହିତ ମଙ୍ଗଳବାର ଝୁଲା ପୋଲ ମରାମତି ପାଇଁ ୧୪୪ ଧାରା ଲାଗୁ କରାଯାଇଥିଲା । ଡଙ୍ଗା ଯୋଗେ ଏତେ ମାତ୍ରାରେ ଶ୍ରଦ୍ଧାଳୁଙ୍କୁ ପାରି କରିବା ସମ୍ଭବ ନହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ।