ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଧାର୍ମିକ ମାନ୍ୟତାନୁସାରେ ଶୁକ୍ରବାର ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିଦିନ ଶୁକ୍ର ଗ୍ରହଙ୍କ ଦିନ ବୋଲି କୁହାଯାଏ । ଯଦି ଜାତକରେ ଶୁକ୍ରଙ୍କ ସ୍ଥିତି ଭଲ ନଥିବା ତେବେ ବ୍ୟକ୍ତିଙ୍କୁ ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ଶୁକ୍ରବାର ଦିନ ବିଧିବିଧାନ ସହ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହ ସ୍ଥିତି ମଜବୁତ କରିବା ପାଇଁ ଘରେ କିଛି ଉପାୟ କରିବା ଉଚିତ୍ ।
ଶୁକ୍ରବାର ଦିନ ଶ୍ରୀ ଲକ୍ଷ୍ମୀ ନାରାୟଣ ପାଠ କରିବା ଦ୍ୱାରା ଧନ ଏବଂ ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ । ଏହାବ୍ୟତିତ ଏହିଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବ ପ୍ରଥମେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରନ୍ତୁ ଏବଂ ଏହାପରେ ଲକ୍ଷ୍ମୀ ସ୍ତୋତ୍ର, ଶ୍ରୀ ସୁକ୍ତ ବା କନକଧାରା ସ୍ତୋତ୍ର ପାଠ କରନ୍ତୁ ।
ଧାର୍ମିକ ମାନ୍ୟତାନୁସାରେ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ବୈଭବ ଲକ୍ଷ୍ମୀ ବ୍ରତ କରିବା ଦ୍ୱାରା ଜୀବନରେ ଧନ, ବୈଭବ, ଐଶ୍ଚର୍ଯ୍ୟ ଏବଂ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ବ୍ରତ କରିବା ଦ୍ୱାରା ଘରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ ।
ସେହିପରି ସୁଖ-ସୌଭାଗ୍ୟ ବୃଦ୍ଧି ପାଇଁ ଶୁକ୍ରବାର ଦିନ ଲକ୍ଷ୍ମୀ ନାରାୟଣ ମନ୍ଦିର ଯାଉ ଦୀପ ଜଳାନ୍ତୁ ଏବଂ ସୁହାଗ ଜିନଷ, ଧଳା ମିଠା, ଚିନି, ଚାଉଳ ଆଦି ଦାନ କରନ୍ତୁ । ଏହାଦ୍ୱାରା ମନସ୍କାମନା ପୁରଣ ହେବ ।
ମା ଲକ୍ଷ୍ମୀଙ୍କର ପ୍ରିୟ ହେଉଛି ପଦ୍ମ ଫୁଲ । ସେଥିପାଇଁ ଯେଉଁ ବ୍ୟକ୍ତି ଶୁକ୍ରବାର ପଦ୍ମ ଫୁଲ ରେ ମାଙ୍କର ପୂଜା କରିବ ତାଙ୍କ ଘରେ ମା ଲକ୍ଷ୍ମୀଙ୍କର ସ୍ଥାୟୀ ନିବାସ ହେବ ।