ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ଇଂରାଜୀ ନବବର୍ଷ । ଏହାପୂର୍ବରୁ ଲୋକଙ୍କୁ ଭେଟି ଦେଇଛନ୍ତି ମୋଦି ସରକାର । ଆଜ୍ଞା ହଁ ଆହୁରି ବର୍ଷେ ମାଗଣାରେ ଦିଆଯିବ ରାସନ । ୨୦୨୩ ମସିହା ଡିସେମ୍ବର ଯାଏଁ ଲୋକେ ମାଗଣାରେ ରାସନ ପାଇବେ ।
ଶୁକ୍ରବବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି କି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ୮୦ କୋଟି ଲୋକେ ଏବେ ମାଗଣା ଖାଦ୍ୟ ଶସ୍ୟ ପାଇବେ । ୨୦୨୩ ମସିହା ଡିସେମ୍ବର ମାସ ଯାଏଁ ଲୋକଙ୍କୁ ଖାଦ୍ୟ ଶସ୍ୟ ଲାଗି ଟଙ୍କାଟିଏ ଦେବାକୁ ପଡିବ ନାହିଁ ।