ବରଗଡ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଚାଲିବ ମହାରାଜ କଂସଙ୍କ ରାଜୁତି । ବରଗଡ ସାଜିବ ମଥୁରା ଓ ଅମ୍ବାପଲି ସାଜିବ ଗୋପପୁର । ଏନେଇ ସମସ୍ତ ପ୍ରସ୍ଥୁତି ଶେଷ ହୋଇଛି । ୧୧ ଦିନ ଧରି ଚାଲିବ ଏହି ଯାତ୍ରା ।
ଧନୁଯାତ୍ରା ପାଇଁ ବରଗଡ ଓ ଅମ୍ବାପଲିରେ ବେଶ୍ ସାଜସଜା ମାନ ହୋଇଛି । ରାସ୍ତାରେ ବିଭିନ୍ନ ରକମର ଝୋଟି ସାଙ୍ଗକୁ କାନ୍ଥ ମାନଙ୍କରେ ଦ୍ୱାପର ଯୁଗର କୃଷ୍ଣ, ବଳରାମ, ଗୋପୀ, ନନ୍ଦ, ଯଶୋଦା, ଗୋପାଳ, କଦମ୍ବବନର ଚିତ୍ରମାନ ଅଙ୍କା ଯାଇଛି ।