ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଓସ୍କର ୨୦୨୩ ପାଇଁ ଫାଇନାଲ ନୋମିନେସନ ତାଲିକା ଜାରି ହୋଇ ଯାଇଛି । ଏହି ତାଲିକାରେ ଭାରତ ତିନୋଟି ନୋମିନେସନ ହାସଲ କରିଛି । ତେବେ ଆସନ୍ତୁ ଜାଣିବା ନୋମିନେସନର କେଉଁ କ୍ୟାଟେଗୋରୀରେ କେଉଁ ଫିଲ୍ମ, ଅଭିନେତା ଓ ଅଭିନେତ୍ରୀଙ୍କୁ ସ୍ଥାନ ମିଳିଛି ।
ସୂଚନାଯୋଗ୍ୟ, ନାମାଙ୍କନର ଶେଷ ତାଲିକା ପାଇଁ ପାଖାପାଖି ୩୦୦ ଫିଲ୍ମ ମଧ୍ୟରେ କଡ୍ଡା ଟକ୍କର ଥିଲା । ଏଥିରେ ୪ଟି ଭାରତୀୟ ଫିଲ୍ମ ରହିଥିଲା । କିନ୍ତୁ ତିନୋଟି ଭାରତୀୟ ଫିଲ୍ମ ଫାଇନାଲା ନାମାଙ୍କନ ତାଲିକାରେ ସ୍ଥାନ ବନେଇ ପାରିଛି ।
ସାଉଥ ଫିଲ୍ମ ଆରଆରଆର ଗୋଲ୍ଡ ଗ୍ଲୋବ ଆୱାର୍ଡ ପରେ ଓସ୍କର ନିଜ ନାଁରେ କରିବା ପାଇଁ ପାଦ ବଢାଇଛି । ବାସ୍ତବରେ ଫିଲ୍ମର ନାଟୁ-ନାଟୁ ଗୀତକୁ ଅରିଜିନାଲ ସଙ୍ଗ କ୍ୟାଟେଗୋରୀରେ ଓସ୍କର ୨୦୨୩ ପାଇଁ ନୋମିନେଟ୍ କରାଯାଇଛି ।ସେହିପରି ଅଲ୍ ଦ୍ୟାଟ୍ ବ୍ରିଦ କୁ ଡକ୍ୟୁମେଣ୍ଟରୀ ଫିଚର ଫିଲ୍ମ ଏବଂ ଦି ଏଲିଫ୍ୟାଣ୍ଟ ହ୍ୱିସ୍ପର୍ସ କୁ ବେଷ୍ଟ ଡକ୍ୟୁମେଣ୍ଟରୀ ସର୍ଟସ ଫିଲ୍ମ କ୍ୟାଟେଗୋରୀରେ ନାମାଙ୍କନ କରାଯାଇଛି ।