ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯେବେଠୁ ଟ୍ୱିଟର କିଣିଛନ୍ତି ଏଲନ ମସ୍କ ସେବେଠୁ ଭିନ୍ନ ଭିନ୍ନ କଥାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏଲନ ମସ୍କ । ଏହାରି ମଧ୍ୟରେ କମ୍ପାନୀ ସିଇଓ ଏଲନ ମସ୍କ ୟୁଜର୍ସଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ।
ଏକ ଟ୍ୱିଟ ଜରିଆରେ ମସ୍କ କହିଛନ୍ତି କି, ଏଣିକି ବିଜ୍ଞାପନରୁ ହେଉଥିବା ଆୟକୁ କ୍ରିଏଟର୍ସଙ୍କ ସହ ସେୟାର କରିବ କମ୍ପାନୀ ।
ଟ୍ୱିଟ ଥ୍ରେଡ ମଧ୍ୟରେ ଆସୁଥିବା ବିଜ୍ଞାପନ ଓ ଭିଡିଓ ସହିତ ଆସୁଥିବା ଆଡ୍ ରୁ ହେଉଥିବା ଆୟ କଣ୍ଟେଣ୍ଟ କ୍ରିଏଟର ସହ କମ୍ପାନୀ ସେୟାର କରିବ ଏବଂ ଲୋକେ ଟଙ୍କା ଆୟ କରିପାରିବେ । ଫେବୃଆରୀ ୩ ରୁ ଏହାର ଆରମ୍ଭ ହୋଇସାରିଛି ।
ଏହାର ଫାଇଦା ସାଧାରଣ ୟୁଜର୍ସଙ୍କୁ ନୁହେଁ ବରଂ ବ୍ଲୁ ସବସ୍କ୍ରିପସନ ୟୁଜର୍ସଙ୍କୁ ମିଳିବ ।