ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଗୋଟେ ମାସ ଧରି ଆଦାନୀ ଗ୍ରୁପ୍ କମ୍ପାନୀର ସେୟାରରେ ହ୍ରାସ ଜାରି ରହିଛି । ସେହିଅନୁଯାୟୀ, ଗ୍ରୁପ୍ ସେୟାରରେ ଏଲଆଇସି ର ବିନିଯୋଗ ମୂଲ୍ୟ ୫୦ ହଜାର କୋଟିରୁ ଅଧିକ ହ୍ରାସ ପାଇଛି ।
ପୂର୍ବରୁ ହିଣ୍ଡେନବର୍ଗ ରିପୋର୍ଟ ଅନୁଯାୟୀ ୨୪ ଜାନୁୟାରୀ ୨୦୨୩ ସୁଦ୍ଧା ଏଲଆଇସି ର ବିନିଯୋଗର ମୂଲ୍ୟ ୮୧,୨୬୮ କୋଟି ଟଙ୍କା ଥିଲା। ଗୁରୁବାର ଏହା ୩୩,୧୪୯ କୋଟି ଟଙ୍କାକୁ ଖସି ଆସିଛି।
ସାତୋଟି ଆଦାନୀ ଗ୍ରୁପ୍ କମ୍ପାନୀର ସେୟାର ମଧ୍ୟରୁ ଏଲଆଇସି ୩୦,୧୨୭ କୋଟି ଟଙ୍କା ବିନିଯୋଗ କରିଥିଲା । ଯାହା ବୃଦ୍ଧି ହୋଇ ୮୧ ହଜାର କୋଟିରୁ ଅଧିକ ହୋଇଥିଲା କିନ୍ତୁ, ଏବେ ଏହା ୩୩,୧୪୯ କୋଟିକୁ ଖସି ଆସିଛି ।