ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଦୁଇ ଦିନ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆଜି ଓ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବନ୍ଦ ।
ଗ୍ରୀଷ୍ମ ପ୍ରବାହ ପାଇଁ ଗତ ୧୨ ତାରିଖରୁ ୧୬ ତାରିଖ ଯାଏଁ ସ୍କୁଲ ବନ୍ଦ ରହି ୧୭ ତାରିଖରୁ ପୁଣି ସ୍କୁଲ ଖୋଲିଥିଲା । କିନ୍ତୁ ଏବେ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ବଢିବାରୁ ସ୍କୁଲ ବନ୍ଦ ଘୋଷଣା ହୋଇଛି ।