ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚନ୍ଦନର ଧାର୍ମିକ ମହତ୍ୱ ରହିଛି । ଦେବାଦେବୀଙ୍କ ପୂଜା ବିନା ଚନ୍ଦନରେ ସମ୍ପନ୍ନ ହୋଇନଥାଏ । ପୂଜାରେ ଲାଗି ହେଉଥିବା ଚନ୍ଦନ ବିଭିନ୍ନ ପ୍ରକାରର ହୋଇଥାଏ । ଯେପରିକି ଲାଲ ଚନ୍ଦନ, ହଳଦିଆ ଚନ୍ଦନ, ଧଳା ଚନ୍ଦନ, ହରି ଚନ୍ଦନ, ଗୋପି ଚନ୍ଦନ ଆଦି । ଚନ୍ଦନ କେବଳ ଆପଣଙ୍କ ଆସ୍ଥା ସହ ନୁହେଁ ମନୋକାମନା ସହ ଜଡିତ ହୋଇଥାଏ । ତେବେ ଆସନ୍ତା ଜାଣିବା ଅଲଗା-ଅଲଗା ଚନ୍ଦନ ଲଗାଇବାର ମହତ୍ୱ ବିଷୟରେ..
ମାନ୍ୟତା ରହିଛି କି ଗଳାରେ ଧଳା ଚନ୍ଦନ ମାଳା ଧାରଣ କରିବା ଦ୍ୱାରା ଶ୍ରହରି ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ ଏବଂ ମାନସିକ ଶାନି ଓ ସୁଖ-ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଚନ୍ଦନ ମାଳା ଭଳି ଚନ୍ଦନ ତିଳକ ମଧ୍ୟ ଶୁଭ ହୋଇଥାଏ । ବିଶ୍ୱାସ ରହିଛି କି ଶ୍ରୀରାମ, ଶ୍ରୀକୃଷ୍ଣ ଏବଂ ଶିବଙ୍କ ପୂଜାରେ ଚନ୍ଦନ ତିଳକ ଅର୍ପଣ କରିବା ପରେ ତାକୁ ପ୍ରସାଦ ରୂପେ ମଥାରେ ଲଗାଇବା ଦ୍ୱାରା ସମସ୍ତ ପାପର ବିନାଶ ହୋଇଥାଏ ଏବଂ ପୂଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।
ମାନ୍ୟତା ରହିଛି କି ଲାଲ ଚନ୍ଦନ ମାଳା ଦ୍ୱାରା ମନଇଛା ବରଦାନ ମିଳିବା ସହ ମଙ୍ଗଳ ଗ୍ରହ ସହ ଜଡିତ ମଙ୍ଗଳ ଦୋଷ ମଧ୍ୟ ଦୂର ହୋଇଥାଏ । ପ୍ରତିଦିନ ସକାଳୁ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ଲାଲ ଚନ୍ଦନ, ଲାଲ ଫୁଲ, ଚାଉଳ ପକାଇ ପ୍ରସନ୍ନ ମନରେ ସୂର୍ଯ୍ୟ ମନ୍ତ୍ର ଜପ କରି ଅର୍ଘ୍ୟ ଦେବା ଉଚିତ୍ । ଅର୍ଘ୍ୟଦାନରେ ପ୍ରସନ୍ନ ହୋଇ ଭଗବାନ ସୂର୍ଯ୍ୟ ଆୟୁ, ଆରୋଗ୍ୟ, ଧନ-ଧାନ୍ୟ, ପୁତ୍ର, ମିତ୍ର, ତେଜ, ଯଶ, ବିଦ୍ୟା, ବୈଭବ ପ୍ରଦାନ କରନ୍ତି ।
ସ୍କନ୍ଦପୁରାଣ ଅନୁସାରେ, ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋପୀ ଚନ୍ଦନ ଅର୍ପଣ କରାଯାଏ । ଏହାପରେ ସେହି ଚନ୍ଦନକୁ ଭକ୍ତମାନେ ମଥାରେ ଲଗାଇଥାନ୍ତି । ଏହି ତିଳକ ଧାରଣ କରିବା ଦ୍ୱାରା ସମସ୍ତ ତିର୍ଥ ସ୍ଥାନରେ ଦାନ ଦେବା ଏବଂ ବ୍ରତ ପାଳନ କରିବାର ଫଳ ପ୍ରାପ୍ତି ହୋଇଥାଏ ।