ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଶାସ୍ତ୍ରରେ ଗୋଟେ ଭଲ ଭବିଷ୍ୟ ପାଇଁ ଏବଂ ଖରାପ ସମୟକୁ ଟାଳିବା ପାଇଁ ଅନେକ ଉପାୟ ଉପଲବ୍ଧ । ଏହାବ୍ୟତୀତ ଯଦି ମଣିଷ ପୂର୍ବରୁ କିଛି ସମସ୍ୟା ଦେଇ ଗତି କରୁଛି ତେବେ ସେହି ସବୁକୁ ମଧ୍ୟ କମ କରାଯାଇ ପାରିବ । ଆଜି ଆମେ ଆପଣଙ୍କୁ କଳାଜିରା ଦ୍ୱାରା ଜ୍ୟୋତିଷ ଉପାୟ ବିଷୟରେ କହିବାକୁ ଯାଉଛୁ ।
– ଋାହୁ-କେତୁ-ଶନିଙ୍କ ଠାରୁ ମୁକ୍ତି: ଯଦି ଜାତକରେ ରାହୁ, କେତୁ ଏବଂ ଶନି ଭଳି ଗ୍ରହ ଅଶୁଭ ସ୍ଥାନରେ ଅଛନ୍ତି କିମ୍ବା ସାଢେସାତୀ ଶନି ଚାଲୁଛି । ତେବେ ସେଥିପାଇଁ ପ୍ରତ୍ୟେକ ଶନିବାର ବୋହିଯାଉଥିବା ପାଣିରେ କଳାଜିରା ପକାଇ ଦିଅନ୍ତୁ । କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଦେଖାଯିବ ।
– ଧନ ପ୍ରାପ୍ତି: କିଛି ଲୋକଙ୍କର ଯେତେ ରୋଜଗାର କଲେ ବି ପାଖରେ ଧନ ରୁହେ ନାହିଁ । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଳାଜିରା ଏବଂ କଳାବିରି ଡାଲି ଏକ କପଡାରେ ବାନ୍ଧି କୌଣସି ଗରିବକୁ ଦାନ କରିଦିଅନ୍ତୁ । ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।
– ଖରାପ ସମୟ ଦୂର କରିବା : ଯଦି ଆପଣଙ୍କର ଦୀର୍ଘ ଦିନ ଧରି ଖରାପ ସମୟ ଅତିବାହିତ ହେଉଛି । ସେଥିପାଇଁ ଶନିବାର ଦିନ ଓଁ ବାସୁଦେବାୟ ନମଃ ମନ୍ତ୍ର ଯପ କରିବା ସହ ବରଗଛ ମୂଳେ କଳାଜିରା ମିଶା ଖୀର ଅର୍ପଣ କରନ୍ତୁ ।
– ରୋଗ ମୁକ୍ତ : ଯଦି କୌଣସି ବ୍ୟକ୍ତି ବହୁତ ଦିନ ଧରି ରୋଗାଗ୍ରସ୍ତ ଅଛନ୍ତି । ଯେତେ ଯାହା କଲେ ବି ଭଲ ହେଉ ନାହାଁନ୍ତି । ତେବେ ସେଥିପାଇଁ ଗୋଟେ ଢାଳରେ ପାଣି ଭର୍ତ୍ତି କରି ସେଥିରେ କଳାଜିରା ମିଶାନ୍ତୁ । ସେହି ଜଳକୁ ଓଁ ନମଃ ଶିବାୟ ଯପ କରି ଶିବ ଲିଙ୍ଗରେ ଅର୍ପଣ କରନ୍ତୁ ।
–ସଫଳତା : ଯେକୌଣସି କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ରାସ୍ତାରେ ଯାଉଥିବା ସମୟରେ କଳା କୁକୁର ଦେଖଲେ ତା ଆଗରେ କଳାଜିରା ପକାଇ ଆଗକୁ ଯାଆନ୍ତୁ । ଯଦି ସେହି କୁକୁର କଳାଜିରା ଖାଇଦେଉଛି ତାର ଅର୍ଥ ଆପଣଙ୍କ ଖୁବ୍ ଶୀଘ୍ର ସଫଳତା ହାସଲ କରିବେ ।
– ଖରାପ ଦୃଷ୍ଟିରୁ ରକ୍ଷା: ଏହି ଖରାପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ହେଲେ ଲେମ୍ବୁ ଏବଂ କଳାଜିରା ବ୍ୟବହାର କରନ୍ତୁ ।
JUST IN
-
ଆଗାମୀ ୪ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ ବାୟୁ | 28 May 2024
-
ରାଜ୍ୟରେ ଆଜିଠୁ ପୁଣି ବଢିବ ତାପମାତ୍ରା | 28 May 2024
-
ମାଟ୍ରିକ ରେଜଲ୍ଟ ରିଚେକିଂ ପାଇଁ ଏହି ତାରିଖରୁ କରିପାରିବେ ଆବେଦନ | 26 May 2024
-
ମାଟ୍ରିକ ରେଜଲ୍ଟ ପ୍ରକାଶ | 26 May 2024
-
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ | 23 May 2024
-
ଭୁବନେଶ୍ୱରରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ୍ ସୋ | 22 May 2024
-
ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ନୃସିଂହ ଦେବଙ୍କ ଜନ୍ମ ବିଧି | 22 May 2024
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024