ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିବା ବେଳେ ଏହା କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲା ଦେଇ ଓଡିଶାକୁ ପ୍ରବେଶ କରିଛି । ଆଗାମୀ ଦୁଇ ଦିନ ମଧ୍ୟରେ ସାରା ଓଡିଶା ଛୁଇଁବ ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।
ଏହାସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାକୁ ପ୍ରବଳ ଓ ୪ ଜିଲ୍ଲାକୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ସେହିପରି ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ ବର୍ଷା ଲାଗି ରହିବ ।