ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଇତିହାସ ରଚିପାରେ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ୩ । ସନ୍ଧ୍ୟା ୬ଟା ୪ ମିନିଟ୍ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ୩ । ସମୟ ଯେତିକି ଯେତିକି ପାଖଉଛି ଉତ୍କଣ୍ଠା ସେତିକି ମାତ୍ରାରେ ବଢିବାରେ ଲାଗିଛି । ଏବେ ଭାରତର ମୁନ୍ ମିଶନ ଉପରେ ସାରା ବିଶ୍ୱର ନଜର ।
ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ ମିନିଟ୍ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଁଚିବ । ସଫଳତା ପାଇଁ ଏହି ୨୦ ମିନିଟ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏବେ ଚନ୍ଦ୍ରପୃଷ୍ଠରୁ ୨୫ କିମି ଦୂରରେ ରହିଛି ବିକ୍ରମ ଲ୍ୟାଣ୍ଡର । ଅବତରଣ କରାଇବାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ସମାନ୍ତରାଳ ରେଖାରୁ ଚନ୍ଦ୍ରଯାନକୁ ଭୂଲମ୍ବ ସ୍ଥିତିକୁ ଆଣିବା ।
ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚନ୍ଦ୍ରପୃଷ୍ଠରେ ଭାରତର ଛାପ ଛାଡ଼ିବ ।