କଟକ (ଏଟିଆର ବ୍ୟୁରୋ): ଆଜି ଅପରାହ୍ନ ୪ ଟା ୩୦ ରେ ଲୋକାର୍ପିତ ହେବ କଟକ ନେତାଜୀ ବସ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏହାର ଶୁଭ ଉଦଘାଟନ କରିବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
୧୬ ଏକରରୁ ଅଧିକ ଅଞ୍ଚଳରେ ଏହି ବସ୍ ଟର୍ମିନାଲ ନିର୍ମାଣ ହୋଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୮୪ କୋଟି । ଏହି ଟର୍ମିନାଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ କରାଯାଇଛି । ଉଦଘାଟନ ହେବା ପରେ ଏହା କଟକ ସହରକୁ ଏକ ନୂତନ ପରିଚୟ ଦେବ ବୋଲି କୁହାଯାଉଛି ।