ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ ରେ ମହିଳା ସଂରକ୍ଷଣ ବିଲ୍ ପାରିତ କୁ ନେଇ ସାରା ଦେଶରେ ଚର୍ଚ୍ଚା । ସାଧାରଣ ଜନତାଙ୍କଠୁ ନେଇ ସେଲିବ୍ରିଟି ଯାଏଁ ସମସ୍ତେ ନିଜ ନଜର ପ୍ରତିକ୍ରିୟା ଦେଉଛନ୍ତି । ସେହିପରି ଯେବେଠୁ ଏହି ବିଲ୍ ପାସ୍ ହୋଇଛି ବଲିଉଡ ଷ୍ଟାରମାନେ କ୍ରମାଗତ ଭାବେ ନୂତନ ସଂସଦ ଭବନ ପରିଦର୍ଶନ କରୁଛନ୍ତି । ଅର୍ଥାତ ଖୁସୀରେ ଝୁମୁଛି ବଲିଉଡ ।
ଏହି ତାଲିକାରେ କଙ୍ଗନା ରଣାୱତ, ଇଶା ଗୁପ୍ତା, ଶହନାଜ ଗିଲ, ଭୂମି ପେଡନେକର, ତମନ୍ନା ଭାଟିଆ, ଦିବ୍ୟା ଦତ୍ତା, ଭଳି ନାଁ ସାମିଲ ଅଛି ।
ଏହି ବିଲକୁ କୁ ନେଇ କଙ୍ଗନା ରଣାୱତ କହିଛନ୍ତି କି, ମହିଳାଙ୍କୁ ସବୁଠୁ ଉପରେ ରଖିଛନ୍ତି ମୋଦିି ଜି । ଏହା ଏକ ସବୁଠୁ ଭଲ କାମ ।
ଇଶାଗୁପ୍ତ ଏନେଇ ପ୍ରତିକ୍ରିୟା ରଖିଛନ୍ତି କି, ଘରର ଲକ୍ଷ୍ମୀ ଖୁସୀ ହେବା ଦରକାର । ମୋଦି ଜୀ, ଲକ୍ଷ୍ମୀଙ୍କଠୁ ହିଁ ସଂସଦ ର ଆରମ୍ଭ କରିଛନ୍ତି ।
ତମନ୍ନା ଭାଟ୍ଟିଆ ଏହି ବିଲ୍ କୁ ନେଇ ନିଜର ଖୁସୀ ବ୍ୟକ୍ତ କରି କହିଛନ୍ତି କି, ଏହି ବିଲ୍ ସାଧାରଣ ଲୋକ ରାଜନୀତିରେ ଆସିବା ପାଇଁ ପ୍ରେରଣା ଦେବ ।
ଭୂମି ପେଡନେକର ମଧ୍ୟ ତାଙ୍କ ଟ୍ୱିଟରରେ ସଂସଦ ଭବନର ଭିଡିଓ ସେୟାର କରି ଧନ୍ୟବାଦ ଜଣାଇଛନ୍ତି ।
ଶିଳ୍ପା ସେଟ୍ଟୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ରିଟ୍ୱିଟ କରି ଜୟ ଭାରତ ବୋଲି କହିଛନ୍ତି ।
ଏହିଭଳି ଭାବେ ବଲିଉଡର ଅନେକ କଳାକାର ମାନେ ମହିଳା ସଂରକ୍ଷଣ ବିଲକୁ ନେଇ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି ।