ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବହୁ ବାଦ ବିବାଦ ପରେ ସିନେମା ହଲରେ ରିଲିଜ୍ ହୋଇଛି ଥଲାପତି ବିଜୟଙ୍କ ଫିଲ୍ମ ଲିଓ । ଫିଲ୍ମକୁ ଦେଖି ବିଜୟଙ୍କ ଫ୍ୟାନ୍ସ ପୁରା ଦିୱାନା । ଏହାରି ମଧ୍ୟରେ ଲିଓ’ ର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ ସାନ୍ଦାର ହୋଇପାରେ ।
ଫିଲ୍ମଟି ପ୍ରଥମ ଦିନରେ ୬୮ କୋଟି ର ନେଟ କଲେକ୍ସନ କରିପାରେ । ସେହିପରି ଫିଲ୍ମଟି ସମସ୍ତ ଭାଷାରେ ଭାରତରେ ପାଖାପାଖି ୮୦ କୋଟି ଗ୍ରସ କଲେକ୍ସନ କରିପାରେ । ଲିଓର ଓଭରସିଜ୍ କଲେକ୍ସନ କଥା ଯଦି କହିବା ତେବେ ପାଖପାଖି ୬୫ କୋଟିର କଲେକ୍ସନ କରିପାରେ ।
ଅର୍ଲି ଟ୍ରେଣ୍ଡ୍ସ ରିପୋର୍ଟ ମୁତାବକ, ବିଶ୍ୱବ୍ୟାପି ଫିଲ୍ମଟି ପାଖାପାଖି ୧୪୫ କୋଟି କଲେକ୍ସନ କରିପାରେ ।