ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦାନା ବାନ୍ଧୁଛି ଲଘୁଚାପ । ଗୋଟାଏ ନୁହେଁ ଦୁଇ ଦୁଇଟି ଲଘୁଚାପ । ବଙ୍ଗୋପସାଗରରେ ଆଗ ପଛ ହୋଇ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୬ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୨୭ ତାରିଖ ବେଳକୁ ଦକ୍ଷୀଣ-ପୂର୍ବ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତି ଆଣ୍ଡାମାନ ସାଗରରେ ଏହା ଅବପାତର ରୂପ ନେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ ଅନୁସାରେ ସମ୍ଭାବ୍ୟ ଅବପାତ ସମୁଦ୍ରରେ ଆହୁରୀ ବଳ ଜୁଟାଇ ବାତ୍ୟା ରୂପ ନେଇପାରେ । ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ।
ସେହିପରି ନଭେମ୍ବର ୨୯ ବେଳକୁ ଦକ୍ଷୀଣ ଆଣ୍ଡମାନ ସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବ । ପୁଣି ଡିସେମ୍ବର ପ୍ରଥମ ସପ୍ତାହ ବେଳକୁ ଦକ୍ଷୀଣପୂର୍ବ ବଙ୍ଗୋପସାଗରରେ ଆବପାତ ରୂପ ନେଇପାରେ ।