ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରଣବୀର କପୁରଙ୍କ ଅପକମିଂ ଫିଲ୍ମ ‘ଏନିମଲ’ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ରହିଛି । ଏହାରି ମଧ୍ୟରେ ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ଟ୍ରେଲର ଟି ଖୁବ୍ ଶାନ୍ଦାର ଓ ଇମ୍ପ୍ରେସିଭ ହୋଇଛି । ଏହାକୁ ଦେଖିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରୀ ଦୁଇଗୁଣିତ ହୋଇଯାଇଛି ।
୩ ମିନିଟ୍ ର ଏହି ଟ୍ରେଲରରେ ରଣବୀର କପୁରଙ୍କ ଆକ୍ସନ ସିକ୍ୱେନ୍ସର ଝଲକ ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଲର ପ୍ରଥମ ସିନ୍ ଖୁବ୍ ଇମ୍ପ୍ରେସିଭ ଏବଂ ଜବରଦସ୍ତ ହୋଇଛି ।