ଭୁବନେଶ୍ୱର (ଏଟିଆର ବ୍ୟୁରୋ): କିଛି ଦିନର ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ବଢିଲା ତାପମାତ୍ରା । ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ରେକର୍ଡ କରାଯାଇଛି । ରେକର୍ଡ ତାପମାତ୍ରା ଅନୁଯାୟୀ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର । ସେହିଅନୁଯାୟୀ ଚାନ୍ଦବାଲିରେ ୩୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ।
ସେହିପରି ବାଲେଶ୍ୱରରେ ୩୬.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ ଡିଗ୍ରୀ, ଗୋପାଳପୁରରେ ୩୪.୬ ଡିଗ୍ରୀ, କେନ୍ଦୁଝରରେ ୩୪, ପୁରୀରେ ୩୩.୮ ଡିଗ୍ରୀ, ରାଉରକେଲାରେ ୩୨.୬ ଡିଗ୍ରୀ, ସମ୍ବଲପୁରରେ ୩୨.୪ ଡିଗ୍ରୀ ଓ ହୀରାକୁଦରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।