ପୁରୀ (ଏଟିଆର ବ୍ୟୁରୋ): ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ଓଷା । ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଝାମୁଯାତ୍ରା । ଏନେଇ ପୀଠରେ ଲାଗିଛି ଭକ୍ତଙ୍କ ଭିଡ । ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ମଙ୍ଗଳା । ଘଣ୍ଟ ଘଣ୍ଟା ସାଙ୍ଗକୁ ହୁଳହୁଳି ଶଦ୍ଧରେ ଉଛୁଳି ପଡୁଛି ପୀଠ ।
ଶୃଙ୍ଖଳିତ ଭାବେ ଦର୍ଶନ କରିବା ଲାଗି ପୀଠରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ୧୬ ଜଣ ଅଫିସର, ୫୦ ଜଣ ହୋମଗାର୍ଡ ମଧ୍ୟ ମୁତୟନ କରାଯାଇଛି ।
ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ତମ୍ବୁର ବ୍ୟବସ୍ଥା କରାଯାଇଛି ।