ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ମୁକ୍ତ ହେଲା ‘ସୁନ୍ଦରୀ’ । ଏଣିକି ସାତକୋଶିଆ ଜଙ୍ଗଲର ରାଣୀ ଭାବେ ରହିବ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣି ‘ସୁନ୍ଦରୀ’ । ଆଜି ଅନୁଗୋଲ ଜିଲ୍ଲା ସାତକୋଶିଆ ର ସ୍ୱତନ୍ତ୍ର ଏନକ୍ଲୋଜରରୁ ବାଘୁଣୀ ‘ସୁନ୍ଦରୀ’କୁ ମୁକ୍ତ କରାଯାଇ ସାତକୋଶିଆ ଜଙ୍ଗଲରେ ଛଡାଯାଇଛି । ସୁଚନାଯୋଗ୍ୟ , ଗତ ଜୁନ ୨୧ତାରିଖରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଏକ ଅଣ୍ଡିରା ବାଘ କୁ ଅନୁଗୋଳର ସାତକୋଶିଆ କୁ ଅଣାଯାଇଥିବା ବେଳେ ଜୁନ ୨୮ ତାରିଖରେ ମଧ୍ୟପ୍ରଦେଶର ବାନ୍ଧବଗଡ ବ୍ୟାଘ୍ର ପ୍ରକଳ୍ପରୁ ଆଉ ଏକ ମାଇ ବାଘୁଣୀ ଅଣାଯାଇଥିଲା । ଉଭୟଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯାଇଥିଲା । ତେବେ ଗତ ଜୁଲାଇ ୬ ତାରିଖରେ ଅଣ୍ଡିରା ବାଘକୁ ସାତକୋଶିଆ ଜଙ୍ଗଲରେ ଛଡାଯାଇଥିବା ବେଳେ ଗତକାଲି ବାଘୁଣୀ ‘ସୁନ୍ଦରୀ’କୁ ଜାଙ୍ଗଲରେ ଛଡାଯାଇଛି । ଅନ୍ୟପଟେ ଆହୁରି ୨ ଯୋଡା ବାଘ ବାଘୁଣି କୁ ଆଗାମି ପଯ୍ରା୍ୟୟରେ ଓଡିଶା ଅଣାଯିବାର ମଧ୍ୟ ସୁଚନା ମିଳିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024