ସୁନ୍ଦରଗଡ (ଏଟିଆର ବ୍ୟୁରୋ); ଟ୍ରକ ପଛରେ ପିଟିଲା କାର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡଙ୍ଗା ଥାନା ଅନ୍ତର୍ଗତ ଜଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ । ଦ୍ରୃତ ଗତିରେ ଆସୁଥିବା କାର ଟ୍ରକ ପଛପଟେ ଧକ୍କା ଦେଇଥିବା ଜଣା ପଡିଛି । ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ମୃତକମାନେ ହେଲେ ମୃତକମାନେ ହେଲେ ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ଆହତ ହୋଇଥିବା ମହିଳାଙ୍କ ନାଁ ସଙ୍ଗୀତା ଅଗ୍ରଓ୍ୱାଲ। ସମସ୍ତଙ୍କ ଘର ବୀରମିତ୍ରପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ଏମାନେ ସମସ୍ତେ ସମ୍ବଲପୁରରେ ଆୟୋଜିତ ଏକ ଭଜନ ସମାରୋହରେ ଯୋଗ ଦେଇ କାର ଯୋଗେ ଫେରୁଥିବା ବେଳେ ଜଙ୍ଗଲୋଇ ଗାଁ ନିକଟରେ ଦୁର୍ଘଟଣା ଘଟିଛି । କାର ଡ୍ରାଇଭର ଦ୍ରୃତଗତିରେ ଗାଡି ଚଳାଉଥିବାରୁ ଏଭଳି ଘଟିଥିବା ଜଣା ପଡିଛି । ତେବେ ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇ ଯାଇଛି । ସ୍ଥାନୀୟ ଲୋକ ପୋଲିସକୁ ଖବର ଦେବା ପରେ ପୁଲିସ ଆସି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଅପରପକ୍ଷରେ ଆହତ ସଙ୍ଗୀତାଙ୍କୁ ପ୍ରଥମେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।