ବ୍ରହ୍ମପୁର(ଏଟିଆର ବ୍ୟୁରୋ): ବ୍ରହ୍ମପୁରରେ ଏକ ବସରେ କଣ୍ଟେ ଲାଗି ଯିବାରୁ ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ପଡିଛନ୍ତି । ଏହା ସହ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗୋଳନ୍ଥରା ଥାନା ମେଲପୁତୁର ନିକଟରେ ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ ଏକ ବସରେ ୧୧ କେ.ଭି ବିଦ୍ୟୁତ ତାର ଲାଗିଯିବାରୁ ବସରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ୯ ଜଣ ଜୀବନ୍ତ ଦଗ୍ଦ ହୋଇପଡିଛନ୍ତି । ତେବେ ଚିକ୍ରିତ୍ସାଧୀନ ଅବସ୍ଥାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତ ରାଶି ଦେବାକୁ ଘୋଷଣା କରିଛନ୍ତି । ଏହା ସହ ଆହତ ଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ଚିକ୍ରିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଅନ୍ୟପଟେ ଘଟଣା ସମ୍ପର୍କରେ ବ୍ରହ୍ମପୁର ଏସପି କହିଛନ୍ତି ଯେ, ସାଉଥକୋର ଅଧିକାରୀଙ୍କୁ ଡକାଯାଇ ଅନୁଧ୍ୟାନ ହେବ। ମାମଲା ରୁଜୁ ହେବ ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ହେବ।
ସୂଚନା ଯୋଗ୍ୟ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଡଙ୍କଲପାଡୁ ଗ୍ରାମରୁ ଲୋକ ମାନେ ଉକ୍ତ ବସରେ ଚିକରଡା ଯାଉଥିଲେ । ଅନେକ ଦିନ ହେବ ଘଟଣା ସ୍ଥଳରେ ୧୧ କେ.ଭି ତାର ଝୁଲି ହୋଇ ରହିଥିଲା । ସ୍ଥାନୀୟ ଲୋକ ମାନେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରୁନଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଯାଇଥିବାର ଖବର ମିଳିଛି ।