ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସ୍ଥାନୀୟ ଆପୋଲ ହସ୍ପିଟାଲରେ ନିଆଁ । ଯାହାକୁ ଦେଖିବା ପରେ ରୋଗୀ ଭୟଭୀତ ହୋଇ ପଡିଛନ୍ତି । ମେଡିକାଲ କତ୍ତୃପକ୍ଷ ଖବର ଦେବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଛି । ତେବେ ନିଆଁ ଲାଗିବାର କାରଣ ଜଣା ପଡିନାହିଁ । ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ତେବେ ଏହା ବିଦ୍ୟୁତ ସଟସର୍କିଟ ପାଇଁ ହୋଇଥିବା ଅନୁମାନ କରାଯାଇଛି ।
ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିଥିବା ଦେଖିବା ପରେ କର୍ମଚାରୀ ମାନେ ଖବର ଦେଇଥିଲେ । ଯାହା ଫଳରେ ରୋଗୀ ଏବଂ ସମ୍ପର୍କୀୟମାନେ ଏଣେ ତେଣେ ଦୌଡିଥିଲେ । ପରେ ମେଡିକାଲ କତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ନିଆଁ ଆୟତ ହୋଇଥିଲେ ସୁଦ୍ଧା ରୋଗୀମାନେ ନିଆଁକୁ ଦେଖିବା ପରେ ଭୟଭୀତ ହୋଇ ଯାଇଥିଲେ । କାରଣ ପୂର୍ବରୁ ସ୍ଥାନୀୟ ସମ ହସ୍ପିଟାଲରେ ଅଗ୍ନିକାଣ୍ଡରେ ବହୁତ କ୍ଷତି ହୋଇଥିଲା । ଏବଂ ସେହି ଅଗ୍ନିକାଣ୍ଡରେ ଜୀବନ ମଧ୍ୟ ଚାଲି ଯାଇଥିଲା । ଯେଉଁ ଭୟ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ରହି ଯାଇଛି । ଏଣୁ ନିଆଁ ଦେଖିବା ପରେ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ହୋଇ ଯାଇଥିଲେ ଲୋକ ।
ସୂଚନା ଯୋଗ୍ୟ ଗତକାଲି ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଷ୍ଟେସନ ନିକଟରେ ମଧ୍ୟ ନିଆଁ ଲାଗି ଯାଇଥିଲା । ସକାଳ ୮ଟା ବେଳେ ଯାତ୍ରୀ ବିଶ୍ରାମଗାରରେ ନିଆଁ ଲାଗିଥିଲା । ତେବେ ସେଠାରେ ମଧ୍ୟ କାହାର କୌଣସି କ୍ଷତି ହୋଇ ନଥିଲା । ମାତ୍ର ବାରମ୍ବାର ଗୋଟିଏ ପରେ ଗୋଟିଏ ଜାଗାରେ ନିଆଁ ଲାଗିବା ପରେ ଭୟ କରି ଯାଉଛନ୍ତି ଲୋକ ।