ଜଗତସିଂହପୁର ( ଏଟିଆର ବ୍ୟୁରୋ): ଗତକାଲି ବିରିଡି ବିଲୁଆଖାଇ ନବୀରୁ ମିଳିଥିଲା ନିଖୋଜ ନର୍ସ ନିହାରିକାଙ୍କ ମୃତ ଦେହ । ଗୋଡ ହାତ ବନ୍ଧା ହୋଇ ଏକ ଅଖା ଭିତରୁ ମିଳିଥିଲା ଶବ । ତେବେ ଏହି ଘଟଣାରେ ଗତକାଲି ପୋଲିସ ଜଣଙ୍କୁ ଥାନାକୁ ଡାକି ପଚରା ଉଚରା କରୁଥିବ ବେଳେ ଗତକାଲି ରାତିରେ ଆଉ ଚାରିଜଣଙ୍କୁ ଅଟକ ରଖିଛି ପୋଲିସ । ନିହାରିକାଙ୍କ ମାଙ୍କ ବୟାନରୁ ସନ୍ଦେହ ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଓରଫ ରାଜା ଆଡକୁ ଯାଇଥିଲା । ଯେଉଁଥି ପାଇଁ ନିହାରିକାଙ୍କ ବାପାଙ୍କ ସମେତ ୫ ଜଣଙ୍କୁ ପୋଲିସ ପଚରା ଉଚରା କରୁଛି ।
ଅନ୍ୟପଟେ ନର୍ସ ନିହାରିକାଙ୍କ ସିସିଟିଭି ଫୁଟେଜ ହସ୍ତଗତ ହେବା ପରେ ପୁଲିସ୍ ତଦନ୍ତକୁ ଅଧିକ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଅନୁଯାୟୀ, ଗତ ୮ ତାରିଖ ଅପରାହ୍ନ ୪ଟାରେ ସେ ହସ୍ପିଟାଲରୁ ବାହାରିଥିଲେ । ହସ୍ପିଟାଲ ସମ୍ମୁଖରେ କିଶୋର ଏକ ବାଇକ୍ରେ ତାଙ୍କୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ଗତ ୮ ତାରିଖ ଠାରୁ ନିହାରିକା ନିଜ ପଳୁରୁଷ ବନ୍ଧୁଙ୍କ ସହିତ ଯିବା ପରଠାରୁ ଆଉ ଘରକୁ ଫେରି ନଥିଲେ । ପରେ ନିହାରିକା ନିଖୋଜ ହୋଇଯାଇଥିଲେ ।
ଏନେଇ ଗତ ୯ ତାରିଖରେ ନିହାରିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପରେ ଗତକାଲି ଜଗତସିଂହପୁର ବିଲୁଆ ଖାଇ ନଦୀ ପଠାରୁ ନିହାରିକାଙ୍କ ଶବ ମିଳିଥିଲା । ତେବେ ଏହି ମର୍ଡର କେସରେ ହତ୍ୟାକାରୀ କିଏ ତାହା ଏବେ ବି ସନ୍ଦେହରେ ରହିଛି । ଯଦି ଏହି ମର୍ଡର ପୁରୁଷ ବନ୍ଧୁ ପ୍ରାୟୋଜିତ ତେବେ ଏଥିରେ ଆଉ କାହାର ହାତ ନାହିଁତ ? ଏ ସବୁ ଦିଗକୁ ନେଇ ଏବେ ପୁଲିସ ତଦନ୍ତ ଆଗକୁ ବଢାଇଛି ।