ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଏକ ଅଗ୍ନିକାଣ୍ଡ । ଭୁବନେଶ୍ୱର ସ୍ଥିତ ସିଆରପି ଛକରେ ଥିବା ଭେଣ୍ଡିଙ୍ଗ ଜୋନ୍ ରେ ଅଚାନକ୍ ନିଆଁ ଲାଗିଯାଇଛି । ଯାହାଫଳରେ ଜୋନ୍ରେ ଥିବା ୬ଟି ଫଳ ଦୋକାନ ଜଳି ପୋଡି ଯାଇଛି ।
ଆଜି ମଧ୍ୟାହ୍ନ ସମୟରେ ଏହି ଅଗ୍ନି କାଣ୍ଡ ଘଠିଛି । ଅଳିଆ ଗଦାରେ ନିଆଁ ଲଗା ଯାଇଥିବା ବେଳେ କୋøଣସି କାରଣ ବସତଃ ନିଆଁ ଯାଇ ଭେଣ୍ଡିଙ୍ଗ ଜୋନ୍ ର ଏକ ଦୋକାନରେ ଲାଗିଯାଇଥିଲା । ନିଆଁ ଲାଗିଯିବାର ଦେଖି ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ମାତ୍ର ଘଟଣାସ୍ଥଳରେ ଦମକଳ ବାହିନୀ ଡେରିରେ ପହଁଚିବାରୁ ନିଆଁ ଅନ୍ୟ ପାଞ୍ଚୋଟି ଦୋକାନରେ ଲାଗି ଯାଇଥିଲା । ଯାହାଫଳରେ ଦୋକାନୀଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିଯିବା ସହ କିଛି ଦରକାରୀ କାଗଜ ପତ୍ର ମଧ୍ୟ ପୋଡି ଜଳି ଯାଇଛି ।
ସେପଟେ ସିଆରପି ଛକରୁ ଫାୟାର ଷ୍ଟେସନ ଦୁଇ ମିନିଟ୍ ର ରାସ୍ତା ହୋଇଥିଲେ ମଧ୍ୟ ଖବର ପାଇ ଦମକଳ ଗାଡି ଡେରିରେ ଘଟଣାସ୍ଥଳରେ ପହଁଚିବାରୁ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।